thelifelinemedia
Latest Odisha News, Breaking News Today

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଗଞ୍ଜାମ‌: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଉକ୍ତ କର୍ମଚାରୀ ଜଣଙ୍କ ସିଡିପିଓ ସନ୍ଧ୍ୟାରଣୀ ପାଣିଗ୍ରାହୀଙ୍କୁ ତାଙ୍କ ଅଫିସରେ ୧୨ ହଜାର ଟଙ୍କା ଦେଇଥିଲେ। ସିଡିପିଓ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।

Leave A Reply

Your email address will not be published.