୨୦୨୫ରୁ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ।
ଉଚ୍ଚଶିକ୍ଷା ବିଭାଗ ପରେ ଏବେ ସ୍କୁଲରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଚଳିତ ମାସରେ ୨୦୨୪-୨୦୨୫ ପାଇଁ ଏହାକୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ କରାଯାଇଛି। ଏବେ ସ୍କୁଲସ୍ତରରେ ଜାତୀୟ ଶିକ୍ଷାନୀତି କାର୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ।
ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି। ବର୍ତ୍ତମାନ ଅଙ୍ଗନବାଡ଼ିଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ।