ଵାଲାଟକୁ ସୁପ୍ରିମକୋର୍ଟଙ୍କ ନାଁ: ଵାଲାଟ ପେପରରେ ନିର୍ବାଚନ ପାଇଁ ଆଗତ ଜନସ୍ୱାର୍ଥ ମାମଲାକୁ ଉଚ୍ଚ ନାୟାଳୟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଜିତିଲେ ଠିକ, କିନ୍ତୁ ହାରିଲେ ଜାଲିଆତି। ଏଭଳି କିଛି କଥା କହି ଵାଲାଟ ପେପରରେ ନିର୍ବାଚନ ପାଇଁ ଆଗତ ଜନସ୍ୱାର୍ଥ ମାମଲାକୁ ଉଚ୍ଚ ନାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି। ଵାଲାଟ ପେପର ମତଦାନ ପିଟିସନ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନାୟାଳୟ। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେ.ଏ. ପାଲ୍ ଆବେଦନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଏବଂ ପିବି ବାରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଆବେଦନକୁ ଖାରଜ କରି କହିଛନ୍ତି, “ଯେତେବେଳେ ନିର୍ବାଚନରେ ବିଜୟ ହୁଅ, ସେତେବେଳେ ଟାମ୍ପରିଂ ହୁଏନି କିନ୍ତୁ ଯେତେବେଳେ ହାରିଯାଉଛ, ସେବେ ଟାମ୍ପର ହୋଇଯାଉଛି।” ଏଭଳି କହି ଆବେଦନକାରୀଙ୍କ ପିଟିସନକୁ ଖାରଜକରି ଦେଇଛନ୍ତି ସୁପ୍ରିମକୋର୍ଟ।
ଏ ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କଂଗ୍ରେସ ଵାଲାଟ ପେପରରେ ନିର୍ବାଚନ ନେଇ ଏକ ମୋର୍ଚ୍ଚା କରିବ ବୋଲି ଖଡଗେ କହିଛନ୍ତି।