thelifelinemedia
Latest Odisha News, Breaking News Today

ଓଡିଶାରେ ତିନି ଦିନିଆ ଡିଜି-ଆଇଜି ସମ୍ମିଳନୀ: ଯୋଗ ଦେବେ ଡିଜି ଓ ଆଇଜି ପାହ୍ୟା ଅଧିକାରୀ

ଭୁବନେଶ୍ୱର: ଓଡିଶାରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଛି ଡିଜି ଆଇଜି ସମ୍ମିଳନୀ। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଓଡିଶାରେ ଡିଜି-ଆଇଜି ସମ୍ମିଳନୀ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ୯୦ ରୁ ୯୫ ଡିଜି ଓ ଆଇଜି ପାହ୍ୟା ଅଧିକାରୀ ସାମିଲ ହେବେ। ଏଥିପାଇଁ ତମାମ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ପୁରା ସୁରକ୍ଷା ବଳୟରେ ରହିବ ରାଜଧାନୀ। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଦୋଭାଲ ଵି ଭୁବନେଶ୍ୱରରେ ପହଁଚିବେ। ଏହାକୁ ନଜରରେ ରଖି ବର୍ତ୍ତମାନ ଠାରୁ ହାଇଆର୍ଲଟରେ ରହିଛି ରାଜଧାନୀ। ବିମାନବନ୍ଦର, ଲୋକସେବାଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରେ ରହିବା। ଗଳି କନ୍ଦିଉପରେ ନଜର ରଖିବା ଆରମ୍ଭ କଲାଣି ପୋଲିସ। ସମଗ୍ର ଭୁବନେଶ୍ୱରକୁ ନୋ ଡ୍ରୋନ ଜୋନ ଘୋଷଣା କରାଯାଇଛି। ଗଳିକନ୍ଦି ସହିତ ଛକଛକରେ ପୋଲିସ ଛାଉଣୀ କରାଯିବ।

ସୁରକ୍ଷା ସମ୍ଭନ୍ଧୀୟ ୩୬୦ ଡିଗ୍ରୀକୁ ନେଇ ଆଲୋଚନା ହେବ ଏହି ସମ୍ମିଳନୀରେ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଡିଜି ଆଇଜି ଏଥିରେ ଯୋଗ ଦେବେ। ସେଣ୍ଟ୍ରାଲ ଫୋର୍ସର ଡିଜି ଆଇଜି ମଧ୍ୟ ଯୋଗ ଦେବେ। ଏଥିରେ ଜାତୀୟ ସୁରକ୍ଷା ନେଇ ଗାଇଡ଼ ଲାଇନ ଆସିପାରେ।

Leave A Reply

Your email address will not be published.