thelifelinemedia
Latest Odisha News, Breaking News Today

କାର୍ଯ୍ୟରେ ଯୋଗ ଦେଲେ ସୁଜାତା କାର୍ତ୍ତିକେୟନ: ସାନି ଛୁଟି ବାତିଲ ପରେ ଶେଷରେ ଜଏନ କଲେ ସୁଜାତା 

ଭୁବନେଶ୍ୱର:ସାନି ଛୁଟି ବାତିଲ ହେବା ପରେ ଶେଷରେ କାମରେ ଯୋଗ ଦେଲେ ସୁଜାତା କାର୍ତ୍ତିକେୟନ। ୬ ମାସ ଛୁଟିରେ ରହିବା ପରେ ପୁଣି ସାନି ଛୁଟି ମାଗିଥିଲେ। କିନ୍ତୁ ଛୁଟି ବାତିଲ ପରେ ଶେଷରେ ସେ କାମରେ ଯୋଗ ଦେଇଛନ୍ତି। ପୂର୍ବରୁ ଅର୍ଥ ବିଭାଗର ସଚିବ ଭାବେ କାମ କରୁଥିଲେ ସୁଜାତା। କିନ୍ତୁ ଏଵେ କେଉଁ ବିଭାଗରେ ସେ କାମ କରିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ପ୍ରଶାସନିକ ଦାୟିତ୍ୱରେ ଥାଇ ବିଜେଡି ସରକାରରେ ଗୁରୁ ଦାୟିତ୍ୱ ନିଭାଇ ଆସୁଥିବା ଅଭିଯୋଗ ଆସିଥିଲା। କ୍ଷମତା କରିଡ଼ରରେ ତାଙ୍କର ପାୱାର ଥିଲା। ପାଣ୍ଡିଆନଙ୍କ ପତ୍ନୀ ହୋଇଥିବାରୁ ସିଧାସଳଖ ଭାବେ ସେ ସରକାର ସହିତ ଯୋଡି ହୋଇ ରହିଥିଲେ।ବିଜେଡି ହାରିବା ପରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଛୁଟି ନେଇଥିଲେ। ପିଲାଙ୍କ ପଠାପଢା ପାଇଁ ସେ ଛୁଟି ମାଗିଥିଲେ। ଛୁଟି ସରିବା ପରେ ପୁଣି ୬ ମାସ ଛୁଟି ମାଗିଥିଲେ କିନ୍ତୁ ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

ବିଜେପି ସରକାରରେ ସୁଜାତା କେମିତି କାମ କରିବେ ତାହା ଉପରେ ନଜର ରହିବ। କୁହାଯାଉଛି ବିଜେପି ସରକାର ସହିତ ସୁଜାତା କାମ କରିବା ଏତେ ସହଜ ହେବ ନାହିଁ।

Leave A Reply

Your email address will not be published.