thelifelinemedia
Latest Odisha News, Breaking News Today

ରାଜଧାନୀରୁ ଗିରଫ ହେଲା ଦେହ ବ୍ୟବସାୟୀ ଦଲାଲ : ବାଙ୍ଗଲା ନାବାଳିକା ଉଦ୍ଧାର ଘଟଣାରେ ଥିଲା ସମ୍ପୃକ୍ତ 

ଭୁବନେଶ୍ୱର:କଟକରୁ ବାଙ୍ଗଲା ନାବାଳିକା ଉଦ୍ଧାର ଘଟଣାରେ ବଢିଲା ବଢ଼ିଲା ଗିରଫଦାରୀ । ରାଜଧାନୀ ଭୁବନେଶ୍ୱରରୁ ଜଣେ ଦେହ ବ୍ୟବସାୟୀ ଦଲାଲ କୁ ଗିରଫ କରିଛି କଟକ କମିଶନରେଟ ପୋଲିସ।ଲଷ୍ମୀସାଗରରୁ ଅବଦୁଲ ଶୟଦୂଲ୍ ସୁଲେମାନକୁ ଗିରଫ କଲା କମିଶନରେଟ୍ ପୋଲିସ। ଦେହ ବ୍ୟବସାୟରେ ଦଲାଲ ଭାବରେ କାମ କରୁଥିଲା ସେ। ପୋଲିସ ଆଖିରେ ଧୂଳି ଦେଇ ଏଭଳି ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିଲା।

ଏହି ଘଟଣାରେ ୩ ରେ ପହଞ୍ଚି ଗିରଫଦାରୀ ସଂଖ୍ୟା। ପୂର୍ବରୁ କଟକ ସଦର ଥାନା ଅଞ୍ଚଳରୁ ଏକ ଦମ୍ପତ୍ତି ଗିରଫ ହୋଇଥିଲେ। ମୋଟ ଗିରଫ ଦାରୀ ସଂଖ୍ୟା ତିନିରେ ପହଞ୍ଚିଲା। ଆଗକୁ ଗିରଫ ଅଭିଯୁକ୍ତ ମାନଙ୍କର ଟି.ଆଇ ପରେଡ ମଧ୍ୟ କରିବ କମିଶନରେଟ ପୋଲିସ। ଅବଦୁଲ ଶୟଦୂଲ୍ ସୁଲେମାନ ଠାରୁ ଅନେକ ଗୁରୁତ୍ତ୍ୱପୂର୍ଣ ସୁରାକ ପାଇଛି ପୋଲିସ। ଅଭିଯୁକ୍ତ ମାନଙ୍କର ତାଲିକା ବେଶ୍ ଲମ୍ବା ଓ ସେମାନଙ୍କ ପାଖରେ ପୋଲିସ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇ ଥିବା କଟକ ଡିସିପି କହିଛନ୍ତି।

Leave A Reply

Your email address will not be published.