ବାତ୍ୟା କ୍ଷୟକ୍ଷତି ଆକଳନ: ରାଜ୍ୟ ପ୍ରଶାସନ ସହ କେନ୍ଦ୍ରୀୟ ଟିମର ବୈଠକ

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ଆକଳନ ଲାଗି ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ ଆଜି ରାଜ୍ୟ ପ୍ରଶାସନ ସହ ବୈଠକ କରିଛି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ଦଳ ଆଲୋଚନା କରିଛନ୍ତି। ସେହିପରି ମୁଖ୍ୟ ଶାସନ ସଚିବ ରାଜସ୍ୱ ବିଭାଗର ଅଧିକାରଙ୍କ ଠାରୁ କ୍ଷୟକ୍ଷତିର ରିପୋର୍ଟ ସଂଗ୍ରହ କରିଛି । ୩ ଦିନିଆ ଓଡିଶା ଗସ୍ତରେ ଆସି ଗତକାଲି ବାତ୍ୟା ପ୍ରଭାବିତ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର ଗସ୍ତ କରିଥିଲା ଟିମ। କେନ୍ଦ୍ରୀୟ ଟିମ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତି ହ୍ରାସ ଲାଗି ଦୀର୍ଘ କାଳୀନ ଯୋଜନା ପ୍ରସ୍ତୁତ କରିବାକୁ ସହଯୋଗ ଲୋଡିଛି ରାଜ୍ୟ।
ବାତ୍ୟା ଏବଂ ବନ୍ୟା ନିରୋଧୀ ଗୃହ ନିର୍ମାଣ ଲାଗି ପ୍ରସ୍ତାବ ଦେବା ସହ ଅଣ୍ଡର ଗ୍ରାଉଣ୍ଡ କେବଲିଂ ଉପରେ ଗୁରୁତ୍ୱ ରାଜ୍ୟ କେନ୍ଦ୍ର ନିକଟରେ ଅନୁରୋଧ କରିଛି । ପ୍ରତିରୋଧି ବନ୍ଧ ଓ ଉପକୂଳ ଜିଲ୍ଲାରେ ବ୍ୟାପକ ବନୀକରଣ ଲାଗି କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛି ଓଡିଶା । ସେହିପରି ଓଡ୍ରାଫକୁ ଅତ୍ୟାଧୁନିକରଣ କରିବାରେ କେନ୍ଦ୍ରର ସହଯୋଗ ଲୋଡିଛି ରାଜ୍ୟ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଓଡିଶା ଗସ୍ତରେ ଆସିଲେ ଓଡିଶା ଏହି ଦାବି ଦୋହରାଇବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।