ଓଡିଶାରେ ତିନି ଦିନ ରହିବେ ମୋଦି: ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡିଶାକୁ ତିନି ଦିନିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୯ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିବେ। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ। ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ଆସିବେ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟଗୁଡିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହେବ। ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ୱ ଦିଆଯିବ।
ଅନ୍ୟପଟେ ମୋଦିଙ୍କୁ ସ୍ୱାଗତ ପାଇଁ ବିଜେପି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରେ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ବାଗତ କରାଯିବ। ଏଠାରେ ପ୍ରାୟ ଦଶ ହଜାର କାର୍ଯ୍ୟକର୍ତ୍ତା, ସଂଗଠକ, ଦଳୀୟ ଉପସ୍ଥିତ ରହିବେ। ଏହାପରେ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ।ଏହା ପରେ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳର ସାଂସଦ, ବିଧାୟକ ପଦାଧିକାରୀଙ୍କୁ ଭେଟିବେ।