ଅବପାତରେ ପରିଣତ ହେଲା ସଦୃଶ ଲଘୁଚାପ: ଘନୀଭୂତ ହୋଇ ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ
ଓଡିଶା ଉପରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ।ଏଥିସହ ଅଧିକ ଘନୀଭୂତ ହୋଇ ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ। ତେବେ ଓଡ଼ିଶା ଉପରେ ସିଧାସଳଖ କୌଣସି ପ୍ରଭାବ ପଡିବନି।ଆଗମୀ ତିନି ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆଭୟନ୍ତରୀଣ ଓଡିଶାରେ ପାଗ ଶୁଖିଲା ରହିବ କିନ୍ତୁ ଉପକୂଳ ଓଡିଶାରେ ଗୋଟେ ଦୁଇଟି ଜାଗାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ଭଦ୍ରକ , କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂପୁରରେ କା ଭାଁ ସ୍ଥାନରେ ବର୍ଷା ହେଇପାରେ । ୨୯ ଗଞ୍ଜାମ ଗଜପତି ଓ ୩୦ ତାରିଖରେ ଗଞ୍ଜାମ ଗଜପତି ଓ ରାୟଗଡା ବର୍ଷା ସମ୍ଭାବନା ରହିଛି।
ଅନ୍ୟପଟେ ସୁନ୍ଦରଗଡ କୋରାପୁଟ,କଳାହାଣ୍ଡି,କନ୍ଧମାଳରେ ଗୋଟେ କିମ୍ଵା ଦୁଇଟି ସ୍ଥାନରେ କୁହୁଡି ଦେଖା ଦେବ। ଏଥିସହ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରେକର୍ଡ କରାଯାଇଛି । ସେହି ଭଳି ଦାରିଙ୍ଗବାଡି ଓ ଭବାନୀପାଟଣାରେ ୧୧ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ୪-୫ ଟି ସ୍ଥାନରେ କୁହୁଡ଼ି ଦେଖାଦେଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।