thelifelinemedia
Latest Odisha News, Breaking News Today

କଟକରୁ ବଙ୍ଗଳାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ: ତିନି ମାସ ତଳୁ ଭାରତକୁ ଆସିଥିଲେ ନାବାଳିକା 

କଟକ: ସାମ୍ନାକୁ ଆସିଲା କଟକ ବଙ୍ଗଳାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ। ତିନି ମାସ ତଳୁ ବଙ୍ଗଳାଦେଶ ରୁ ଭାରତ ଆସିଥିଲେ ନାବାଳିକା।ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ଚାକିରୀ ପାଇଁ ଆସିଥିଲେ ବୋଲି ଏଭଳି ତଥ୍ୟ ସାମ୍ନାକୁ ଆସିଛି।କିଛି ବାଟ ଟ୍ରେନରେ, କିଛି ବାଟ ପାଦରେ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆଉ କିଛି ବାଟ ବସ ଯୋଗେ ଓଡ଼ିଶା ଆସିଥିଲେ ନାବାଳିକା। ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରିଛନ୍ତି ନାବାଳିକା। ବସରେ କଲିକତା ପହଞ୍ଚି ଥିଲେ। ତାଙ୍କ ସାଙ୍ଗରେ ବଙ୍ଗଳାଦେଶରୁ ଜଣେ ମହିଳା ଓ ଜଣେ ପୁରୁଷ ଆସିଥିଲେ। ଅନ୍ୟ ଜଣେ ଚାକିରୀ ଆଶାୟୀ ଯୁବତୀ ମଧ୍ୟ ଥିଲେ।ଫେସ୍ ବୁକ୍ ଜରିଆରେ ଏମାନଙ୍କ ସହ ଯୋଗାଯୋଗରେ ଆସିଥିଲେ ନାବାଳିକା। ଚାକିରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମେ ମେଶେସ ପାର୍ଲରରେ ନିଯୁକ୍ତି ଦିଆଗଲା।

ପରବର୍ତ୍ତୀ ସମୟରେ ତାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ଶୋଷଣ କରାଯାଇଥିଲା। କଲିକତାରେ ତିନି ଚାରି ଦିନ ରହିବା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱର ରୁ ବାରିପଦା, ବ୍ରହ୍ମପୁର ଆଦି ଅଞ୍ଚଳକୁ ନିଆଯାଇଥିଲା। ତାଙ୍କର କିଛି ଟଙ୍କା ମିଳିନାହିଁ ପାଇବାର ଅଛି ବୋଲି କହିଛନ୍ତି ନାବାଳିକା ଜଣକ । ବର୍ତ୍ତମାନ ଘରକୁ ଫେରିବାକୁ ଚାହୁଁ ଛନ୍ତି ନାବାଳିକା। ସେଥି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି।ନାବାଳିକାଙ୍କ ମାନସିକ ଏବଂ ଶାରିରୀକ ସ୍ଥିତି ଠିକ୍ ଅଛି ବୋଲି ଜଣା ପଡିଛି।

Leave A Reply

Your email address will not be published.