thelifelinemedia
Latest Odisha News, Breaking News Today

ରେଢ଼ାଖୋଲ ବିଦ୍ୟୁତ ଆଘାତରେ ତିନି ହାତୀ ମୃତ୍ୟୁ ଘଟଣା :ଠିକଭାବେ ଡ୍ୟୁଟି କରିନାହାନ୍ତି ଡିଏଫଓ

ଭୁବନେଶ୍ୱର:ରେଢ଼ାଖୋଲ ବିଦ୍ୟୁତ ଆଘାତରେ ତିନି ହାତୀ ମୃତ୍ୟୁ ଘଟଣାରେ ବଡ଼ ବୟାନ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। କହିଛନ୍ତି ଠିକଭାବେ ଡ୍ୟୁଟି କରିନାହାନ୍ତି ଡିଏଫଓ। କାର୍ଯ୍ୟରେ ଅବହେଳା ପାଇଁ ତାଗିଦ ଵି କରାଯାଇଛି। DFO ଙ୍କୁ ବଦଳି କରିବା ପାଇଁ ବିଭାଗର ଯୋଜନା ରହିଛି। ତଳସ୍ତରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋ ରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସସପେଣ୍ଡ କରାଯାଇଛି। ପୁରା ଘଟଣା କଣ ଥିଲା ସେନେଇ ରେଞ୍ଜରଙ୍କୁ ତାଙ୍କୁ ଉତ୍ତର ମଗାଯାଇଛି। ପିସିସିଏଫ ସ୍ତରରେ ତର୍ଜମା ଚାଲିଛି । ଆବଶ୍ୟକ ପଡିଲେ ରେଞ୍ଜରଙ୍କ ବିରୋଧରେ ପିସିସିଏଫ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିଲେ ୩ ହାତୀ। ମୃତ ହାତୀଙ୍କ ମଧ୍ୟରେ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଥିଲେ । ଏକସଙ୍ଗରେ ୩ଟି ହାତୀଙ୍କ ମୃତ୍ୟୁ ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ୍‌ର ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲରେ ଏହି ଘଟଣା ଘଟିଥିଲା । ହାତୀ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ।

Leave A Reply

Your email address will not be published.