ରାଷ୍ଟ୍ରପତିଙ୍କ ପୁରୀ ବ୍ଲୁ ଫ୍ଲାଗ କାର୍ଯ୍ୟକ୍ରମ: କଡା ସୁରକ୍ଷା ବଳୟରେ ରହିବ ପୁରୀ ସହର

ପୁରୀ:ଆସନ୍ତା ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ଦେଖାଇବ ପରାକ୍ରମ। ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାର ନେଇ ପୁରୀରେ ପହଂଚିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ଆସନ୍ତା ଡିସେମ୍ବର ୪ ତାରିଖ ଦିନ ପୁରୀ ବ୍ଲୁ ଫ୍ଲାଗ ବିଚରେହେବାକୁ ଥିବା କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସେହିଦିନ ଭାରତୀୟ ନୌସେନା ନିଜ ପରାକ୍ରମ ଦେଖାଇବ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି commanding in chief armed force ଭାବରେ ଯୋଗ ଦେବେ। ସେହି ଦିନ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ।୪ ତାରିଖରେ ନୌ ସେନା ଦିବସ ପାଳନ ଅବସରରେ ଭାରତୀୟ ନୌ ସେନା ଏହାର ଶକ୍ତି ପ୍ରଦର୍ଶନ କରିବ।
ଆସନ୍ତା ୪ ଡ଼ିସେମ୍ବରରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ହେବ। ୨୪ ସାମୁଦ୍ରିକ ଜାହାଜ ଓ ୪୦ ଏୟାରକ୍ରାଫ୍ଟ,ଲେଜର ସୋ ପ୍ରଦର୍ଶିତ ହେବ। ଏଥିପାଇଁ ୮୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଧିକାରୀ ମୁତୟନ ହେବ।ଭୁବନେଶ୍ୱରରୁ ପୁରୀ ଟ୍ରାଫିକ ଵ୍ୟଵସ୍ଥା,ସିସିଟିଭି କ୍ୟାମେରା,ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ କରାଯିବ।ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ସମୀକ୍ଷା କରାଯାଇଛି।ସମୁଦ୍ର କୂଳରେ ଲୋକେ କୂଳକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି।
ସେହିପରି କ୍ୟାମେରା ଓ ଡ୍ରୋନ ବ୍ୟବହାର ଉପରେ କଟକଣା ରହିଛି।ରାଷ୍ଟ୍ରପତିଙ୍କ ସହ ନୌ ସେନା ଅଧିକାରୀ ଓ ବିଭିନ୍ନ ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ୭୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶାତ୍ମବୋଧକ ଚେତନା ଜାଗ୍ରତ କରୁଥିବା ଏହି ବିରଳ ତଥା ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଡ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।