thelifelinemedia
Latest Odisha News, Breaking News Today

ମିଳିଲା ସୁଭଦ୍ରା ଟଙ୍କା: ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ

ଭୁବନେଶ୍ୱର: ସୁଭଦ୍ରା ଟଙ୍କା ପାଇଲେ ହିତାଧିକାରୀ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଲେ ମହିଳା ହିତାଧିକାରୀ। ସୁନ୍ଦରଗଡ଼ରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମହିଳାଙ୍କ ସଶକ୍ତିକରଣ ଲକ୍ଷ୍ୟ ପୂରଣ ଦିଗରେ ଆଗକୁ ବଢ଼ୁଛି ଓଡ଼ିଶା। ସୁଭଦ୍ରା ଯୋଜନାର ୧ମ କିସ୍ତିର ୩ୟ ପର୍ଯ୍ୟାୟ ସହାୟତା ରାଶି ୨୦ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଯାହା ସେମାନଙ୍କୁ ସଶକ୍ତ କରିବ। ବାକି ଥିବା ମହିଳା ପୁଣି ଡ଼ିସେମ୍ବର ମାସରେ ଟଙ୍କା ପାଇବେ। ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.