ଜୁଆ ଆଡ୍ଡା ଉପରେ ମାଡି ବସିଲା ପୋଲିସ : ପୁଳା ପୁଳା ଟଙ୍କା ସହ ୮୦ଜଣ ଜୁଆଡ଼ି ଗିରଫ

ନୂଆପଡା:ଚାଲିଥିଲା ଜୁଆ ଆଡ୍ଡା। ଅଚାନକ ପୋଲିସ ପହଂଚି ମାଡି ବସିଲା।ନୂଆପଡା ଜିଲ୍ଲାରେ ଜୁଆ ଅଡ୍ଡା ଉପରେ ପୋଲିସ ଏକ ବଡ଼ଧରଣର ଚଢ଼ାଉ କରିଛି । ଖରିଆରରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ଚାଳମୁଡା ଗାଁ ନିକଟରେ ଚାଲୁଥିଲା ଜୁଆ ଆଡ୍ଡା। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ରେଡ କରିଥିଲା। ନୂଆପଡା ଏସପି ଜିଆର ରାଘବେନ୍ଦ୍ରଙ୍କ ନେତୃତ୍ୱରେ କୋରାପୁଟ ପୋଲିସ ଓ ନୂଆପଡା ପୋଲିସର ମିଳିତ ଭାବେ ଜୁଆଆଡ୍ଡା ଉପରେ ଚଢ଼ାଉ ହୋଇଛି। ଚଢ଼ାଉରେ ପୁଳା ପୁଳା ଟଙ୍କା ଜବତ ହୋଇଛି। ୮୦ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ସହ ୨୦ଟି କାର ଜବତ ହୋଇଛି।
ସୂଚନା ଯୋଗ୍ୟ, ବିଳମ୍ବିତ ସନ୍ଧ୍ୟାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ DIG( SWR)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢାଉ କରିଥିଲା । ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୮୦ ଜଣଙ୍କୁ ଗିରଫ କରିଛି। ଏହାସହ ୭୪ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।