ଟୋଲଗେଟ ରେ ପିଟି ହୋଇ ଜଳିଗଲା କଣ୍ଟେନର: ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ

ଜଳେଶ୍ବର:ଟୋଲଗେଟରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର। ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ ଘଟଣା ଘଟିଛି ବାଲେଶ୍ୱର ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ଠାରେ। ବିଳମ୍ବିତ ରାତିରେ ଏକ କଣ୍ଟେନର ଟୋଲଗେଟ ରେ ପିଟି ହୋଇ ଜଳି ଯାଇଛି। ଡ୍ରାଇଭର ଓ ହେଲ୍ପର ସମୟ ପାଇଲେ ନାହିଁ ଗାଡି ଭିତରୁ ଭରିବା ପାଇଁ। ଜୀବନ୍ତ ଜଳିଗଲେ ଡ୍ରାଇଭର ଓ ହେଲ୍ପର।
ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟିଛି। କୁହା ଯାଉଛି କଣ୍ଟେନରଟି ଚା ପତି ବୋଝେଇ କରି ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ ବେଳେ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଜଳେଶ୍ବର ପୋଲିସର ତଦନ୍ତ ଜାରି ରହିଛି।