ଛତିଶଗଡ ସୀମାନ୍ତରେ ମାଓ କ୍ୟାମ୍ପ ଠାବ: ବିପୁଳ ମାଓସାମଗ୍ରୀ ଜବତ

ବ୍ୟୁରୋ: ଛତିଶଗଡ ସୀମାନ୍ତରେ ଦୁଇ ରାଜ୍ୟର ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ମାଓକ୍ୟାମ୍ପ ଠାବ ହୋଇଛି। ଓଡିଶାର ନୂଆପଡା ଜିଲ୍ଲା ଓ ଛତିଶଗଡ ଗରିଆବନ୍ଧ ଜିଲ୍ଲା ସୀମାନ୍ତରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ମାଓସାମଗ୍ରୀ ଠାବ ହୋଇଛି। ଏହି ମାଓ ଅପରେସନରେ ନୂଆପଡା ଜିଲ୍ଲାର ୫ଟି ଏସଓଜି ଟିମ ସହ ନବରଙ୍ଗପୁର ଏବଂ ପଡୋଶୀ ଛତିଶଗଡର ଯବାନମାନେ ସାମିଲଥିଲେ। ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ଼ ଥାନା ଅନ୍ତର୍ଗତ କୁମକୁଟ ଓ ଦେବଝର ଜଙ୍ଗଲରେ ଟପ ମାଓନେତାମାନେ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ।
ଗୁଇନ୍ଦା ବିଭାଗରୁ ସୂଚନା ଖବରପାଇବା ପରେ ସେହିଅଂଚଳରେ ଦୁଇ ରାଜ୍ୟର ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା।ଜବନମାନଙ୍କ କୁମ୍ବିଂ ଅପରେସନ ପାଇଵା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ସେଠାରୁ ମାଓକ୍ୟାମ୍ପ ଠାବ ହୋଇଛି। ଏବେବି ସମ୍ପୃକ୍ତ ଅଂଚଳରେ ନୂଆପଡା ଜିଲ୍ଲାର ୫ଟି ଏସଓଜି ଟିମ ପକ୍ଷରୁ କମ୍ବିଂ ଅପରେସନ ଜାରିରହିଥିବା ନୂଆପଡା ଏସପି ଜିଆର ରାଘବେନ୍ଦ୍ର ସୂଚନାଦେଇଛନ୍ତି।