thelifelinemedia
Latest Odisha News, Breaking News Today

ପ୍ରକାଶ ପାଇଲା ଓଟିଇଟି ୨୦୨୪ ପରୀକ୍ଷା ଫଳ: ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା

କଟକ:ଓଟିଇଟି ୨୦୨୪ ପରୀକ୍ଷା ଫଳ ପ୍ରକାଶିତ। ଓଟିଇଟି: ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟର ଫଳାଫଳ ପ୍ରକାଶ ପାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ। ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

ସମସ୍ତ ପରୀକ୍ଷାର୍ଥୀଙ୍କ ଓଏମଆର ଉତ୍ତର ଖାତା ମଧ୍ୟ ୱେବସାଇଟରେ ଉପଲବ୍ଧ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହା ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆ ଯାଇଛି।ଚଳିତ ଥର ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ ଓଟିଇଟି ଦେଇଥିଲେ।

Leave A Reply

Your email address will not be published.