ଟୁରିଷ୍ଟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର : ଅଳ୍ପକେ ବର୍ତ୍ତିଲେ ୩୬ ଯାତ୍ରୀ।

ଦାରିଙ୍ଗବାଡ଼ି:ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡିରେ ଏକ ଟୁରିଷ୍ଟ ବସ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ବସରେ ଥିବା ଅନ୍ୟ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଗୁରୁତର ଆହତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଡିରେ ଥିବା ୩୬ ଜଣ ଯାତ୍ରୀ
ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦାରିଙ୍ଗବାଡ଼ି ଥାନା ନିକଟସ୍ଥ ବାଇମାଲା ଘାଟିରେ ୩ ନଂ ବୁଲାଣିରେ ଘଟିଛି ଅଘଟଣ । ଗାଡିରେ ଥିବା ପ୍ରତ୍ୟକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ପୁରୀରୁ ଦାରିଙ୍ଗବାଡ଼ି କୁ ବୁଲି ଆସି ଫେରିଲା ବେଳକୁ ଘଟିଛି ଅଘଟଣ।
ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ଏହି ଘାଟି ଅଂଚଳ ବ୍ଲାକ ସ୍ପଟ ହୋଇଥିବା ବେଳେ ଏଠି ସାବଧାନତା ସହ ଗାଡି ଚାଳନା କରିବାକୁ ପଡେ।