ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ

ଯାଜପୁର: ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଅଟକ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ଆଜି ବି ଉତ୍ତେଜନା ଲାଗି ରହିଛି । ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ହାଟ ଖୋଲାଇ ନଦେବା ପାଇଁ ଅଡି ବସିଛନ୍ତି ପ୍ରତିପକ୍ଷ ଗୋଷ୍ଠୀ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପାଇଁ ହାଟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ହାଟ ବ୍ୟବସାୟୀ ମାନେ ଏହାକୁ ବିରୋଧ କରିବା ସହ ହୋହଲ୍ଲା କରିଛନ୍ତି ।