ଏଥର ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥର ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡ଼ି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ ବୈଠକ।
ଆସନ୍ତା ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ପୂର୍ବ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ୨୭ ହଜାର ଜଣଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଥିବା ବେଳେ ଏଥର ମିଶିଲେ ଏହି ସଂଖ୍ୟା ୮୦ ଲକ୍ଷ ପାର୍ କରିଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।