thelifelinemedia
Latest Odisha News, Breaking News Today

ବଙ୍ଗୋପସାଗରରେ ପୁଣି ବାତ୍ୟା:ଓଡିଶା ଉପରେ ନାହିଁ ପ୍ରଭାବ 

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ବାତ୍ୟା ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି। ୨୬ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଭାଗ ସୂଚନା ଅନୁସାରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ଲଘୁଚାପ ରୂପ ନେଇପାରେ।

୨୪ରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ବା ୨୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୨୯ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ପଡ଼ିବନି । ୨୭ରୁ ୩୦ ତାରିଖ ଭିତରେ ବାୟୁର ଦିଗ ବଦଳିବ। ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ବହିପାରେ ବୋଲି ପାଣିପାଗ ବିଭାଗ କହିଛି।

୨୭ରୁ ୨୯ ତାରିଖ ଯାଏ ଦକ୍ଷିଣ ଉପକୂଳରେ ଓ ୨୮ରୁ ୩୦ ତାରିଖ ଯାଏ ଆଭ୍ୟନ୍ତରରେ ପାଗ ମେଘୁଆ ରହିପାରେ। କୁହୁଡ଼ି ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨୨ରୁ ୨୪ ତାରିଖ ଯାଏ ସାମାନ୍ୟ କୁହୁଡ଼ି ଏବଂ ୨୭ରୁ ୨୯ ତାରିଖ ଯାଏ ହାଲୁକା ବର୍ଷା ସମ୍ଭାବନା ଅଛି। ଅନ୍ୟ ମଡେଲ ଅନୁସାରେ ବି ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.