ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ କଡା ଟକ୍କର

ନୂଆଦିଲ୍ଲୀ:ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ଆସିବା ପରେ ଜାତୀୟ ରାଜନୀତି ଚଳଚଞ୍ଚଳ। ମହାରାଷ୍ଟ୍ରରେ ବିଜେପି ତାର ସହଯୋଗୀ ଦଳଙ୍କୁ ନେଇ ସରକାର କରିବାକୁ ଯାଉଥିବା ବେଳେ ଝାଡ଼ଖଣ୍ଡରେ କଡ଼ା ଟକ୍କର ହେବାକୁ ଯାଉଛି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି।ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ବିଜେପିର ଶାସକ ମେଣ୍ଟ ମହାୟୁତି ସରକାର କରିବାକୁ ଯାଉଛି।୨୮୮ଟି ବିଧାନସଭା ଆସନ ମଧ୍ୟରୁ ବଡ ଦଳ ଭାବେ ବିଜେପି ଅଧିକ ସିଟ ହାତେଇବା ସହ ମହାୟୁତି ମେଣ୍ଟ ମ୍ୟାଜିକ ନମ୍ବରରୁ ଅଧିକ ସିଟ ହାତେଇବ ବୋଲି ଅନୁମାନ ହେଉଛି।
ଅନ୍ୟପଟେ ଝାଡ଼ଖଣ୍ଡରେ ୮୧ ଆସନରୁ ବିରୋଧୀ ଏନ୍ଡିଏ ମ୍ୟାଜିକ ନମ୍ବର ଛୁଇଁ ସରକାର କରିବ ବୋଲି ବିଭିନ୍ନ ସଂସ୍ଥା କହୁଛନ୍ତି। ସବୁ ସଂସ୍ଥା ଝାଡଖଣ୍ଡରେ ଏନଡିଏ ମେଣ୍ଟକୁ ଆଗରେ ରଖିଥିବା ବେଳେ ଆକ୍ସିସ ମାଇଁ ଇଣ୍ଡିଆ କିନ୍ତୁ ଇଣ୍ଡିଆ ମେଣ୍ଟକୁ ଆଗରେ ରଖିଛି। ଆସନ୍ତା ୨୩ ତାରିଖରେ ଦୁଇ ରାଜ୍ୟର ଫଳାଫଳ ଆସିବ। ଏକଜିଟ ପୋଲ କେତେ ଏକଜାଟ ହେଉଛି ତାହା। ଆସନ୍ତା ଶନିବାର ଦିନ ହିଁ ଜଣାପଡିବ।