କାଳ ହେଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ: ଗିରଫ ହେଲେ ଉପ ଜିଲ୍ଲାପାଳ

ଢେଙ୍କାନାଳ: ଗିରଫ ହେଲେ ଉପ ଜିଲ୍ଲାପାଳ। କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ।ଗିରଫ କଲା ଓଡିଶା ଭିଜିଲାନ୍ସ।ନାରାୟଣ ନାୟକଙ୍କର ଭୁବନେଶ୍ୱରରେ ତିନିମହଲା ଘର ସହିତ ତିନୋଟି ମଲ୍ଟି ଷ୍ଟରେଡ଼ ବିଲ୍ଡିଂ ରହିଛି। ଭୁବନେଶ୍ୱରରେ ପ୍ଲଟ ସହିତ ୧୪ ଟି ମୂଲ୍ୟବାନ ପ୍ଲଟ। ୩୪ ଲକ୍ଷ ୫୭ ହଜାର ଟଙ୍କାର ଜମା ଠାବ ହୋଇଛି । ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ଓ ୩୬୬ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ।ନାରାୟଣ ଚନ୍ଦ୍ର ନାୟକଙ୍କୁ ଆଜି କରାଯିବ କୋର୍ଟ ଚାଲାଣ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାଲାଣ କରିବ ଭିଜିଲାନ୍ସ।
ଉପଜିଲ୍ଲାପାଳଙ୍କ କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ମାରାଥନ ରେଡ ହୋଇଥିଲା । ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଥିଲା । ରେଡରେ ଦଶ ଜଣ ଡିଏସପି ଓ ତିନି ଜଣ ଇନ୍ସପେକ୍ଟର ରେଡରେ ସାମିଲ ଥିଲେ। ରେଡ ପରେ ଏଵେ ତାଙ୍କୁ ଗିରଫ କରାଯାଇଛି।