ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି: ଏମିତି କହିଲା ବିଜେଡି

ଭୁବନେଶ୍ୱର:ବାଲିଯାତ୍ରା ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବାର୍ଷିଲା ବିଜେଡି। ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଦେଖାଦେଉଛି। ରାଜ୍ଯର ମୁଖ୍ୟମନ୍ତ୍ରୀ ସେଠିକୁ ଗଲେ ହେଲେ ଜିଲ୍ଲା ପ୍ରଶାସନ ତାଙ୍କୁ ଇ ଭେଇକିଲ ଯୋଗାଇ ପାରିଲାନି। ଯେଉଁଥିଲାଗି ମୁଖ୍ୟମନ୍ତ୍ରୀ ବିଷୋଦଗାର କଲେ। ମୁଖ୍ୟମନ୍ତ୍ରୀ ଦହିବରା ଖାଇଲେ ହେଲେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ କହିଲେନି। ଡବଲ ଇଞ୍ଜିନ୍ ଅକାମୀ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।
ଖାଲି ସେତିକି ନୁହଁ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ନିମନ୍ତ୍ରଣ ପତ୍ରରେ ଆଉ ଗୋଟିଏ ବିଜେପି ଗୋଷ୍ଠୀର ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ରଖିଲେନି। ମୁଖ୍ୟମନ୍ତ୍ରୀ ଯେତେବେଳେ ଯିବେ ସେତେବେଳେ ରାତି ସାଢେ ଏଗାରଟା ଯାଏ ଚାଲିଲା। କିନ୍ତୁ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ପୋଲିସ ଲଗାଇ ଧକ୍କା ଦେଇ ମଞ୍ଚରୁ ବାହାର କରିଦେଲେ। ଯଦି ଅସୀମା ପଣ୍ଡାଙ୍କୁ ପସନ୍ଦ କରୁନଥିଲେ ତାହାଲେ ଡାକୁଥିଲେ କାହିଁକି। ଲୋକେ ଏହାକୁ ଗ୍ରହଣ କରି ନାହାଁନ୍ତି। ଜଣେ ନାବାଳକ ଜଣଙ୍କ ବାଲିଯାତ୍ରାରେ ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ହେଲା। ବିଜେଡ଼ି ଦାବି କରୁଛି ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ। ମେୟରଙ୍କୁ ଉଦଘାଟନ ଭାଷଣ ସୁଯୋଗ ନଦେଇ କଟକ ସଦର ବିଧାୟକଙ୍କୁ ଦେଲେ । ସେ ଯାହା ଇଂରାଜୀ କହିଲେ ସମସ୍ତେ ଦେଖିଲେ।ବାଲିଯାତ୍ରାରେ କଟକ ସଦର ବିଧାୟକ ପ୍ରକାଶ ବେହେରା ବିକୃତ ଇଂରାଜୀରେ ଭାଷଣ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା। ଜଣେ ନାବାଳକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ମୁଖରେ ପଡିଲା। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢ଼ିଲା। ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତା ନାହିଁ ବୋଲି ବିଜେଡି କହିଛନ୍ତି।