thelifelinemedia
Latest Odisha News, Breaking News Today

ଆସନ୍ତାକାଲିଠୁ ଆରମ୍ଭ ହେବ ଧାନ କିଣା: ଏମିତି କହିଲେ  ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ 

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଧାନ କିଣା ହେଵା। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ଉଭୟ ଚାଷୀ ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଆସନ୍ତାକାଲି ଠୁ ଖୋଲିବ ଧାନମଣ୍ଡି । ଆସନ୍ତା ୨୦ ତାରିଖରେ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ରହିବେ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ ଏବଂ ଦେଖିବେ କଟନୀ ଛଟନୀ ହେଉଛି ନା ନାହିଁ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ । ସନ୍ଧ୍ୟାରେ ରିପୋର୍ଟ କରାଯିବ ଜିଲ୍ଲାପାଳଙ୍କୁ ଏହାପରେ ଜିଲ୍ଲାପାଳ ରାଜ୍ୟସରକାରଙ୍କୁ ଏ ନେଇ ଏକ ରିପୋର୍ଟ ପ୍ରଦାନ କରିବେ। ଏଥିସହ ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି।ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ।ବରଗଡ଼ ଓ ସମ୍ୱଲପୁର ପାଇଁ ମୋର ଉତ୍ତର ଦାୟିତ୍ଵ ରହିଛି। ସେଠାରେ କେମିତି ଧାନ ବିକ୍ରି ଠିକ୍ ଠାକ୍ ହେବ , ଚାଷୀ ମାନେ ତାଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ, ସଫଳତାର ସହ କେମିତି ଧାନ ବିକ୍ରି କରିପାରିବେ ତାହା ସହ ସରକାର ଯେଉଁ ୮୦୦ ଟଙ୍କା ସବସିଡି ବ୍ୟବସ୍ଥା କରିଛନ୍ତି ତାହା ମଧ୍ୟ ସେମାନେ ପାଇବେ ସେ ଉପରେ ଗୁରୁତ୍ଵ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.