thelifelinemedia
Latest Odisha News, Breaking News Today

କ୍ଷମା ମାଗିଲେ ମନୋଜ ମିଶ୍ର: ବିବାଦୀୟ ବୟାନକୁ ନେଇ କ୍ଷମା ପ୍ରାର୍ଥନା

ଭୁବନେଶ୍ବର: କ୍ଷମା ମାଗିଲେ ମନୋଜ ମିଶ୍ର । ‘ରାଣ୍ଡି ପୁଅ ଅନନ୍ତା’କୁ ନେଇ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବିରୋଧରେ ବିବାଦୀୟ ବୟାନ୍ ମହଙ୍ଗା ପଡିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ।

ଏନେଇ ମନୋଜ ନିଜ ସୋସିଆଲ ମିଡିଆରେ ଭିଟିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି । ସେ କହିଛନ୍ତି, ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ। ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ ଉଲ୍ଲେଖ କରି କ୍ଷମା ପ୍ରାର୍ଥନା କରିଛନ୍ତି ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ ଦେଇଥିଲେ । ବିଶେଷ କରି ଫିଲ୍ମ ନାଁରେ ଥିବା ‘ରାଣ୍ଡି’ ଶବ୍ଦକୁ ନେଇ ଆପତ୍ତି ଉଠାଇ ଏହାର ଅର୍ଥ କ’ଣ ବୋଲି ପ୍ରଶ୍ନ କରିଥିଲେ । ଏଥିସହିତ ଫକୀର ମୋହନ ସେନାପତି ଏହାକୁ କପି କରିଥିଲେ ବୋଲି ମନ୍ତବ୍ୟ ଦେଇଥିଲେ।

ଏଭଳି ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା। ଏନେଇ ଗତକାଲି ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ କଥା କୋର୍ଟକୁ ଯିବ ବୋଲି ଚେତାବନୀ ଦେଇଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

Leave A Reply

Your email address will not be published.