thelifelinemedia
Latest Odisha News, Breaking News Today

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡିଶାରେ ଶିଳ୍ପାୟାନ ପାଇଁ  ପୁଞ୍ଜିପତିଙ୍କୁ କରିବେ ଆମନ୍ତ୍ରଣ

ଭୁବନେଶ୍ୱର: ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡିଶାରେ ଶିଳ୍ପ ଅଭିବୃଦ୍ଧି ପାଇଁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସିଙ୍ଗାପୁର ଗସ୍ତ କରିଛନ୍ତି।ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏକାଧିକ ଶିଳ୍ପପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ Investors’ Meet। ମୋର ପୁରା ବିଶ୍ୱାସ ଯେ ଏ ଯାତ୍ରା ନିଶ୍ଚୟ ସଫଳ ହେବ। ମୁଁ ଆଶା କରୁଛି ଯେ, ଯେତେବେଳେ ସାରା ବିଶ୍ୱରୁ Investors ମାନେ ଭାରତରେ invest କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ। ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବିଜିନେସ କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ଏଠାରେ ରସାୟନ, ପେଟ୍ରୋକେମିକାଲ୍‌ସ, ସବୁଜ ଶକ୍ତି, ଲଜିଷ୍ଟିକ୍‌ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍‌ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ୱର ବଡ ବଡ କମ୍ପାନୀମାନେ କାମ କରୁଛନ୍ତି। ଆମେ ସେହି ସବୁ କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରିବୁ ଏବଂ ଓଡିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତି ଗୁଡିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.