ବଢିଲା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ: ଗୃହ ବିଭାଗ ତରଫରୁ ଆସିଲା ବିଜ୍ଞପ୍ତି

ଭୁବନେଶ୍ୱର:ଭରତପୁର ଥାନା ନିର୍ଯ୍ୟାତନା ମାମଲାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହି ମାମଲାରେ ୫୦୦ ରୁ ଅଧିକ ଦାଖଲ ହୋଇଥିବା ସତ୍ୟପାଠର ଯାଞ୍ଚ୍ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ।ପକ୍ଷ ଓ ପ୍ରତିପକ୍ଷଙ୍କ କଥା ଶୁଣିଛନ୍ତି ତଦନ୍ତ କମିସନ।
ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।ଏବେ ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ ଚାଲିଛି । ପୂର୍ବରୁ ଏହି ମାମଲାରେ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୩ ମହିଳା ପୋଲିସ କର୍ମଚାରୀଙ୍କ ପଲିଗ୍ରାପ ଟେଷ୍ଟ କରାଯାଇଛି।