thelifelinemedia
Latest Odisha News, Breaking News Today

ଜନଜାତୀୟ ଗୌରବ ଦିବସ: ଜାମୁଇ ଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜନତା ମଇଦାନରେ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ କହିଥିଲେ।

ସେହିପରି ଜନଜାତୀୟ ଗୌରବ ଦିବସର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଜାମୁଇଠାରେ ‘ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂରକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା। ଓଡିଶାର ୨୭ଟି ଜିଲ୍ଲାର ୭ ହଜାର ୬ ଶହ ୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଆମେ ସକ୍ରିୟଭାବେ କାମ କରୁଛୁ। ଏହି ସମସ୍ତ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି।

Leave A Reply

Your email address will not be published.