thelifelinemedia
Latest Odisha News, Breaking News Today

ଆଜି ଅନ୍ତିମ ଲଢେଇ: ସିରିଜ ହାତେଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ, ଘରୋଇ ଦଳର ଲକ୍ଷ୍ୟ ମ୍ୟାଚ ଡ୍ର 

ଜୋହାନ୍ସବର୍ଗ:ଆଜି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଫାଇନାଲ ଲଢେଇ। ଭାରତ ସିରିଜ ଜିତିବ ନା ଦକ୍ଷିଣ ଆଫ୍ରିକା ଡ୍ର ରଖିବାରେ ସକ୍ଷମ ହେବ, ତାହା ଆଜି ମ୍ୟାଚରେ ଫଇସଲା ହେବ। ଆଜି ଜୋହାନ୍ସବର୍ଗରେ ଖେଳାଯିବ ଅନ୍ତିମ ତଥା ଚତୁର୍ଥ ଟି ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ସିରିଜ ଜିତିବା ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ। ଏବେ ୨-୧ରେ ଭାରତ ଆଗୁଆ ଅଛି। ତେଣୁ ସିରିଜ ହାତେଇବା ପାଇଁ ଭାରତ ପାଖରେ ବଡ଼ ସୁଯୋଗ ରହିଛି। ଅନ୍ୟପଟେ ଘରୋଇ ଦଳ ପାଇଁ ଆଜି କର ବା ମର ସ୍ଥିତି। ବିଜୟ ସହ ସିରିଜ ବରାବର କରିବାକୁ ଚାହିଁବ ଟିମ ଦକ୍ଷିଣ ଆଫ୍ରିକା।

ଉଭୟ ଦଳର ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶରେ କୌଣସି ପରିଵର୍ତ୍ତନ ହୋଇ ନ ପାରେ। ଏହି ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ତୃତୀୟ ମ୍ୟାଚ ଭାରତ ଜିତିଥିଲା। ଏବେ ୨-୧ରେ ଆଗୁଆ ରହିଛି ଭାରତ। ତେଣୁ ଆଜିର ମ୍ୟାଚ ଜିତି ସିରିଜ ହାତେଇବାକୁ ଚାହିଁବ ଟିମ ଇଣ୍ଡିଆ। ବ୍ୟାଟିଂ ପିଚ ଜୋହାନ୍ସବର୍ଗରେ ସାଧାରଣତଃ ବ୍ୟାଟରଙ୍କୁ ସୁହାଇ ଥାଏ।ବିଶାଳ ରନ ସ୍କୋର ଆଜିର ମ୍ୟାଚରେ ଦେଖିବାକୁ ମିଳିପାରେ।

Leave A Reply

Your email address will not be published.