thelifelinemedia
Latest Odisha News, Breaking News Today

କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀରେ ପ୍ରବଳ ଭିଡ଼:ମହୋଦଧିରେ ଡ଼ଙ୍ଗା ଭସାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ 

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀରେ ପ୍ରବଳ ଭିଡ଼। ଚଳଚଞ୍ଚଳ ହୋଇ ପଡିଛି ଶ୍ରୀ କ୍ଷେତ୍ର। ବଡ ଦାଣ୍ଡରେ ଅଧି ରାତିରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସମୁଦ୍ରକୂଳରେ ଅସମ୍ଭାଳ ଭିଡ ଥିଲା। ବୁଡ଼ ପକାଇ ଡ଼ଙ୍ଗା ଭସାଇ ଶ୍ରଦ୍ଧାଳୁ ମାନେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହୋଇ ଉଠିଥିଲା ପୁରୀ ସମୁଦ୍ର କୂଳ। ବଡ ଦାଣ୍ଡରେ ମୁରୁଜ ପକାଇଥିଲେ ଭକ୍ତ ଶ୍ରଦ୍ଧାଳୁ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉମାନେ ରାଜରାଜେଶ୍ଵର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏ ବେଶ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନର ସମନ୍ୱୟ ଆଧାରରେ ଶୃଙ୍ଖଳିତ ଦର୍ଶନ ଚାଲିଛି। ମାର୍କେଟଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଅସ୍ଥାୟୀ ବେରିକେଡ ପ୍ରସ୍ତୁତ ହୋଇଛି। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଟ୍ରାଫିକ ବ୍ୟବସ୍ତାକୁ ସୁ-ବ୍ୟବସ୍ଥିତ କରାଯାଇଛି ।

Leave A Reply

Your email address will not be published.