ଦଶମ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର: ଦଶମ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ଦିଆଯାଇଥିବାବେଳେ ୧୧ଟା ୪୫ରେ ଶେଷ ହେବ।
ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନ ଫେବ୍ରୁଆରୀ ୨୧ରେ ମାତୃଭାଷା ପରୀକ୍ଷା ରହିଛି। ୨୪ ଫେବ୍ରୁଆରୀରେ ଇଂରାଜୀ, ୨୭ରେ ଗଣିତ, ୧ରେ ବିଜ୍ଞାନ, ୩ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ। ପରୀକ୍ଷାର ସମୟ ସକାଳ ୯ରୁ ପୂର୍ବାହ୍ଣ ୧୧ଟା ୩୦ ଯାଏଁ ରହିଛି। ପରୀକ୍ଷାର୍ଥୀଙ୍କୁ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ ସମୟ ମିଳିବ। ଅର୍ଥାତ ଗଣିତ ପରୀକ୍ଷା ପୂର୍ବାହ୍ଣ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ମିନିଟରେ ସରିବ।