thelifelinemedia
Latest Odisha News, Breaking News Today

ହାସ୍ୟ ଅଭିନେତା ଜୟୀରାମଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର:ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୋଟ ୩୩ଟି ବର୍ଗ ପାଇଁ ପ୍ରଦାନ ହେବ ସମ୍ମାନ। ସବୁଠୁ ବଡ଼କଥା ହେଲା ବଳଦିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ନାମ। ଜୟଦେବ ପୁରସ୍କାର ବଦଳରେ ହେଲା ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।

ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯିବ। ୨୦୨୦ ପାଇଁ ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଶ୍ରୀନିବାସ ମହାପାତ୍ର ପାଇବେ ପୁରସ୍କାର। ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯିବ।

ସୂଚନା ଅନୁସାରେ, ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମ୍ବାଦିକ ସମ୍ମିଳନୀ କରି ଖୋଦ୍‌ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୦ ବର୍ଷ ପାଇଁ ରଘୁ ସର୍ଦ୍ଦାର, ୨୦୨୧ ବର୍ଷ ପାଇଁ ପ୍ରତୀକ୍ଷା ଓ ଡାଲଚିନି, ୨୦୨୨ ବର୍ଷ ପାଇଁ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ବିବେଚିତ ହୋଇଛି।

ସେହିପରି ୨୦୨୦ ବର୍ଷ ପାଇଁ ଦେବାଶିଷ ପାତ୍ର, ୨୦୨୧ ବର୍ଷ ପାଇଁ ଅଙକ୍କିତ କୁମାର ଓ ଦୀପନ୍ବୀତ ଦାସ ମହାପାତ୍ର ବିବେଚିତ ହୋଇଥିବା ବେଳେ ୨୦୨୨ ବର୍ଷ ପାଇଁ ବାବୁଶାନ ମହାନ୍ତି ବିବେଚିତ ହୋଇଛନ୍ତି।

Leave A Reply

Your email address will not be published.