ଆସନ୍ତାକାଲି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ: ପାଳନ ହେବ ଜନଜାତି ଗୌରବ ଦିବସ

ଭୁବନେଶ୍ୱର:ଆସନ୍ତାକାଲି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ଏହି ଅବସରରେ ଜନତା ମଇଦାନରେ ପାଳନ ହେବ ଜନଜାତି ଗୌରବ ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବେ। ଭିସିରେ ଯୋଡି ହେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେବେ। ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ଜନ ଜାତୀୟ ଗୋୖରବ ଦିବସ ଆସନ୍ତାକାଲି ସକାଳ ୧୦ ଟା ସମୟରେ ଜନତା ମଇଦାନରେ ଆୟୋଜିତ ହେବ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି ଭବ୍ୟ ସମାରୋହର ଆୟୋଜନ। ଏହି ଅବସରରେ ପ୍ରାୟ ୧୦ ହଜାର ଜନତା ସାମିଲ ହେବେ । କିସ୍ ବିଶ୍ବ ବିଦ୍ୟାଳୟ ରୁ ଅନେକ ଆଦିବାସୀ ଛାତ୍ର ଛାତ୍ରୀ ଯୋଗ ଦେବେ । ଆଦିବାସୀ ପାରମ୍ପାରିକ ବାଦ୍ୟ ଓ ସଙ୍ଗୀତ ରେ ଦୁଲିକିବ ଜନତା ମଇଦାନ। ସେଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ଦୁଇଟି ଷ୍ଟେଜ ସହ ଲୋକ ଙ୍କ ବସିବା ପାଇଁ ସୁବିଧା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସିସିଟିଭି ଲଗାଯିବା ସହ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।