thelifelinemedia
Latest Odisha News, Breaking News Today

ସିନେମା କାହା ବାପାର ନୁହେଁ: ଯିଏ ସିନେମାର ଶତ୍ରୁ ମୁଁ ତାର ଶତ୍ରୁ, ଏମିତି କହିଲେ ମନୋଜ ମିଶ୍ର 

ଭୁବନେଶ୍ୱର: ସିନେମା କାହା ବାପାର ନୁହେଁ। ସିନେମା ହେଉଛି ଓଡିଶାବାସୀଙ୍କର। ଫିଲ୍ମରେ ଭୁଲ ଥିଲେ ମୁଁ ମୁହଁ ଖୋଲିବି। ଯିଏ ଯାହା କଲେ ମୁଁ ଚୁପଚାପ ବସିବି ନାହିଁ ବୋଲି କହିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର। ଗତକାଲି ମନୋଜ ମିଶ୍ରଙ୍କ ବିରୁଦ୍ଧରେ ଫିଲ୍ମ ଆଣ୍ଡ ଟେଲିଭିଜନ ଡିରେକ୍ଟର ଆସୋସିଏସନ ସାଇବର ଥାନାରେ ଏତଲା ଦେଲା ପରେ ମୁହଁ ଖୋଲିଛନ୍ତି ମନୋଜ ମିଶ୍ର। କହିଛନ୍ତି ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର। ଯିଏ ଏହାକୁ ଖରାପ କରିବ ମୁଁ କହିବି। ଯିଏ ସିନେମାର ଶତ୍ରୁ ମୋର ବି ଶତ୍ରୁ।

ମନୋଜ କହିଛନ୍ତି ଓଡ଼ିଶାର ସବୁ ସିନେମାକୁ ୨୫ ଲକ୍ଷ ଟଙ୍କାର ସବସିଡି ମିଳିବା ଦରକାର। ପ୍ରାଇମା ଟାଇମରେ ୪ ସପ୍ତାହ ମିଳିବା ଦରକାର। ଲୋକଙ୍କୁ ପୁଣି ଓଡ଼ିଆ ସିନେମାକୁ ଫେରିବା ପାଇଁ ହଲରେ ସିନେମା ରଖିବାକୁ ହେବ। ଏଥି ସହିତ ରାଣ୍ଡି ପୁଅ ଅନନ୍ତା ନାଆଁକୁ ବିରୋଧ। ଯୁଗକୁ ଦେଖି ସିନେମା ନାଆଁ ପରିବର୍ତ୍ତନ ହେବା ଦରକାର। ଯେଉଁମାନେ କହୁଛନ୍ତି ଯେ ମୁଁ ଚର୍ଚ୍ଚା ରେ ରହିବାକୁ ଏମିତି କରୁଚି ସେମାନେ ମୋତେ ବାରମ୍ବାର ଚର୍ଚ୍ଚାକୁ ଟାଣୁଛନ୍ତି। ଯେହେତୁ ଭଲ ସିନେମା ହେଉନାହିଁ, ଓଡ଼ିଆ ସିନେମା ବ୍ୟବସାୟ କରୁନାହିଁ, ଅଣ ଓଡ଼ିଆ ମାନେ ଓଡ଼ିଆ ସିନେମା ଦେଖୁନାହାନ୍ତି, ବାହାରେ ଥିବା ଓଡ଼ିଆ ଦେଖିନାହାନ୍ତି ଏଣୁ ମୁଁ କହିବା କଥା କହିବି ବୋଲି ମନୋଜ ମିଶ୍ର କହିଛନ୍ତି।

Leave A Reply

Your email address will not be published.