thelifelinemedia
Latest Odisha News, Breaking News Today

ସୂର୍ଯ୍ୟଙ୍କ ପାଇଁ ଆଜି ଏସିଡ ଟେଷ୍ଟ: ଭାରତ- ଦକ୍ଷିଣ ଆଫ୍ରିକା ତୃତୀୟ ଟି ଟ୍ୱେଣ୍ଟି, ୧-୧ରେ ବରାବର ସିରିଜ 

ବ୍ୟୁରୋ:ଆଜି ଭାରତ- ଦକ୍ଷିଣ ଆଫ୍ରିକା ତୃତୀୟ ଟି ଟ୍ୱେଣ୍ଟି। ଜିତିବା ଲକ୍ଷ୍ୟରେ ପଡିଆକୁ ଓଲ୍ହାଇବ ସୂର୍ଯ୍ୟ ବାହିନୀ। ବଦଳିପାରେ ଚୂଡାନ୍ତ ଏକାଦଶ। ଆଜିର ମ୍ୟାଚକୁ ନେଇଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ପାଇଁ ମୁଣ୍ଡ ବିନ୍ଧା ହୋଇପାରେ। କାରଣ ସିରିଜ ଏବେ ୧-୧ରେ ବରାବର ରହିଛି। ଭାରତ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ ଜିତିଛି। ଏବେ ତୃତୀୟ ମ୍ୟାଚ ନିର୍ଣ୍ଣାୟକ ହେବାକୁ ଯାଉଛି। ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ, ସେହି ଦଳ ସିରିଜ ହାତେଇବାର ସୁଯୋଗ ରହିଛି। ସେଞ୍ଚୁରିଆନରେ ଆଜିର ମ୍ୟାଚ ଖେଳା ହେବ। ତେଣୁ ସେ ଦୃଷ୍ଟିରୁ ଲମ୍ବା ବ୍ୟାଟିଂ ଲାଇନ ଅପ ରଖିବାକୁ ଚାହିଁବ ଭାରତ। ଦ୍ୱିତୀୟ ମ୍ୟାଚରେ କରିଥିବା ଭୁଲକୁ ସୁଧାରି ଆଜି ଟିମ ଇଣ୍ଡିଆ ମଇଦାନକୁ ଓଲ୍ହାଇବ। ଆଜି ମ୍ୟାଚରେ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ। ପ୍ରଥମ ମ୍ୟାଚରେ ସଫଳତା ପାଇଥିଲେ କିନ୍ତୁ ଦ୍ୱିତୀୟ ମ୍ୟାଚରେ ବିଫଳ ହେଲେ। ଆଜି ତାଙ୍କ ଠାରୁ ଆଉ ଏକ ଶତକୀୟ ପଳି ଆଶା ରହିବ। ଅନ୍ୟପଟେ ଟପ ଅର୍ଡର ବ୍ୟାଟରଙ୍କ ପ୍ରଦର୍ଶନ ଆଜି ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

୪ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାରେ ଏବେ ୧-୧ ରେ ସ୍ଥିତି ବରାବର ରହିଛି। ଆଜି ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ରଣନୀତି ଉପରେ ସମସ୍ତଙ୍କର ନଜର ରହିବ।

Leave A Reply

Your email address will not be published.