ହଟିପାରେ ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ: ରାଜସ୍ଥାନରେ ବସିବାକୁ ଯାଉଛି ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ:ସ୍ୱାସ୍ଥ୍ୟ ବୀମା ଉପରୁ ହଟିପାରେ ଟିକସ। ସ୍ୱାସ୍ଥ୍ୟ ବୀମା କଭରେଜ ନେଇଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି। ରାଜସ୍ଥାନରୁ ଆସିପାରେ ବଡ଼ ଖବର। ଡିସେମ୍ବର ୨୧ ଓ ୨୨ ତାରିଖରେ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି ଜିଏସଟି ପରିଷଦ ବୈଠକ।ଅନୁମାନ କରାଯାଉଛି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ଉଛେଦ ହୋଇପାରେ।ଏବେ ସ୍ୱାସ୍ଥ୍ୟ ବୀମା ଉପରେ ୧୮ ପ୍ରତିଶତ ଟିକସ ଲାଗୁଛି। ପୂର୍ବରୁ ବହୁଥର ଟିକସ ହଟେଇବା ନେଇ ଦାବି ହୋଇ ଆସୁଛି। ଯଦି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ହଟେ ତା ହେଲେ ବୀମାକାରୀ ବଡ଼ ଉପକୃତ ହେବେ। ଦେଶରେ ସ୍ୱାସ୍ଥ୍ୟ ବୀମାର ସଂଖ୍ୟା ଆହୁରି ବଢିବ। ଲୋକେ ଆଗ୍ରହ ବଢିବ ସ୍ୱାସ୍ଥ୍ୟ ବୀମାରେ ନିଜକୁ ସାମିଲ କରିବା ପାଇଁ। ତେବେ ରାଜସ୍ଥାନ ବୈଠକରେ ବରିଷ୍ଠ ନାଗରିକ ତଥା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ କିଣିଥିବା ଲୋକଙ୍କୁ ଟିକସ ଉପରେ ରିହାତି ମିଳିପାରେ ବୋଲି ଅନୁମାନ ହେଉଛି।
ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହଟେଇବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ କେନ୍ଦମନ୍ତ୍ରୀ ନୀତିନ ଗଡ଼କରି ବିଭିନ୍ନ ସମୟରେ ମଧ୍ୟ ଟିକସ ହଟିବା ପ୍ରସଙ୍ଗରେ ଦାବି ହୋଇ ଆସୁଛି। ତେଣୁ ରାଜସ୍ଥାନରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହଟେଇବା ନେଇ ନିଷ୍ପତ୍ତି ନିଆ ଯାଇପାରେ।ଅର୍ଥମନ୍ତ୍ରୀ ମଧ୍ୟ କହିଥିଲେ ଜିଏସଟି ପରିଷଦ ବୈଠକ ଉପଯୁକ୍ତ ମଞ୍ଚ ଯେଉଁଠି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ହଟିବା ନେଇ ଆଲୋଚନା ହୋଇପାରେ। ତେଣୁ ଏ ଦୃଷ୍ଟିରୁ ରାଜସ୍ଥାନ ବୈଠକରେ ସ୍ୱାସ୍ଥ୍ୟ ବୀମା ଟିକସକୁ ନେଇ ବଡ଼ ଖବର ଆସିପାରେ ବୋଲି ଆଶା କରଯାଉଛି।