thelifelinemedia
Latest Odisha News, Breaking News Today

ଦିଲ୍ଲୀରେ ଘନ କୁହୁଡିର ଚାଦର: କମିଲା ଭିଜିବିଲିଟି, ଗାଡି ଚଳାଚଳ ଠପ 

ନୂଆଦିଲ୍ଲୀ:ଆଜି ସକାଳୁ ଘନ କୁହୁଡି ଚାଦରରେ ଆଛାଦିତ ହୋଇଥିଲା ଦିଲ୍ଲୀ ଏନସିଆର ଅଞ୍ଚଳ। ପୁରା ଉତ୍ତର ଭାରତରେ ଆଜି ଦେଖିବାକୁ ମିଳିଥିଲା କୁହୁଡି ଚାଦର। ରାସ୍ତାରେ ଦୃଶ୍ୟମାନ କମି ଯାଇଥିଲା। ୧୦୦ ମିଟର ରହିଥିଲା ଭିଜିବିଲିଟି। ତେବେ ଏହା କୁହୁଡି ନା ସ୍ମଗ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ। ଏଭଳି ଆସ୍ତରଣ ଫଳରେ ଭିଜିବିଲିଟି କମିଛି। ୧୦୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦେଖା ଯାଉ ନ ଥିଲା।ଏଥିପାଇଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା। ସକାଳୁ ସକାଳୁ ଗାଡି ମଟର ଚଳାଚଳ ଏକଦମ ଠପ ହୋଇଯାଇଥିଲା।

ଦିଲ୍ଲୀରୁ ଉତ୍ତର ପ୍ରଦେଶ ଓ ପଞ୍ଜାବ ପର୍ଯ୍ୟନ୍ତ କୁହୁଡି ଆସ୍ତରଣ ଦେଖିବାକୁ ମିଳିଛି। ଏଭଳି କୁହୁଡି ବା ଧୂଆଁ ଆସ୍ତରଣ ପଛରେ ପରିବେଶ ପ୍ରଦୂଷଣ ଦାୟୀ ବୋଲି କୁହା ଯାଉଛି। ଶୀତ ଋତୁ ଆସିଲେ ଦିଲ୍ଲୀରେ ଧୂଆଁ ଓ କୁହୁଡି ଆସ୍ତରଣ ଦେଖିବାକୁ ମିଳେ।ଆଗକୁ ଆହୁରି ଘନ କୁହୁଡିଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଇଛି। ବିଶେଷକରି ଦିଲ୍ଲୀ ଏନସିଆର ଅଞ୍ଚଳରେ କୁହୁଡି ଅଧିକ ଦେଖିବାକୁ ମିଳିପାରେ। ଅନ୍ୟପଟେ କୁହୁଡି ନା ଧୂଆଁର ଆସ୍ତରଣ ଦିଲ୍ଲୀକୁ ଘୋଡେଇ ହୋଇ ରଖିଥିଲା ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଦିଲ୍ଲୀବାସୀ।

Leave A Reply

Your email address will not be published.