ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ: ଦକ୍ଷିଣ ଭାରତରେ ପ୍ରବଳ ବର୍ଷା, ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ୱର:ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ ।ଲଘୁଚାପର ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ଲାଗିରହିଥିବା ବେଳେ ଓଡିଶାରେ ଏହାର ବିଶେଷ ପ୍ରଭାବ ନାହିଁ କି ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। କିନ୍ତୁ ଦକ୍ଷିଣଦିଗରୁ ଯେଉଁ ପବନ ପ୍ରବାହିତ ହେଉଛି ତାହା ଫଳରେ ରାଜ୍ୟ ରେ ଆଦ୍ରତାର ମାତ୍ରା ଅଧିକ ରହୁଛି। ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବାଦଲ ସୃଷ୍ଟି ହେବା ସହ ଆକାଶ ମେଘାଛନ୍ନ ରହିବ। ଆସନ୍ତା ୨୪ ଘଂଟାରେ ପୁରୀ ,ଗଂଜାମ ,ଗଜପତି ,ରାୟଗଡା ,କୋରାପୁଟ ଓ ମାଲକାନଗିରିର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି କୋରାପୁଟ ଓ ମାଲକାନଗିରିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବା ସହ ଆଗାମୀ ୭ ଦିନ ଯାଇ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।