ଗଞ୍ଜାମ ଜିଲ୍ଲାରେ ମହାରାଷ୍ଟ୍ର ମହାବଳ ବାଘ: ୨୪ ଘଣ୍ଟିଆ ନଜର ରଖିଛି ବନ ବିଭାଗ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମହାରାଷ୍ଟ୍ର ମହାବଳ ବାଘ। ଗଞ୍ଜାମ ଜିଲ୍ଲା ଜଙ୍ଗଲକୁ ପଶି ଆସିଛି ମହାବଳ। ଜିଲ୍ଲାରେ ବାଘ ଚଳପ୍ରଚଳକୁ ନେଇ ବ୍ରହ୍ମପୁର ଡିଏଫଓ ଗୁରୁତ୍ତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆଣିଛନ୍ତି। କହିଛନ୍ତି ମହାବଳ ବାଘ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ରହିଛି ।ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ଲାଗିଛି ଟ୍ରାପ କ୍ୟାମେରା । ବାଘ ଉପରେ ନଜର ରଖିବ ଏହି ଟ୍ରାପ କ୍ୟାମେରା।ବର୍ତ୍ତମାନ ସୁଦ୍ଧା ବାଘ ୬ଟି ଗୃହପାଳିତ ପଶୁକୁ ଆକ୍ରମଣ କରି ମାରିଛି ।୬ଟି ଗୃହପାଳିତ ପଶୁର ମାଲିକ ମାନଙ୍କୁ ୫୮ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ବାଘ କୈାଣସି ମଣିଷକୁ ଆଘାତ କରିନାହିଁ ।ଏସିଏଫଙ୍କ ନେତୃତ୍ୱରେ ବାଘର ଚଳପ୍ରଚଳକୁ ଜାଣିବାକୁ ନେଇ ଏକ ଟିମ ଗଠନ ହୋଇଛି । ତିନୋଟି ଟିମ ଜରିଆରେ ୨୪ ଘଣ୍ଟିଆ ବାଘର ଚଳପ୍ରଚଳକୁ ନେଇ ନଜର ରଖାଯାଇଛି । ବାଘକୁ ନେଇ ଫେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ନ କରିବାକୁ ନିବେଦନ କରିଛି ବନ ବିଭାଗ