thelifelinemedia
Latest Odisha News, Breaking News Today

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଗକୁ ଲଘୁଚାପ, ବାତ୍ୟା ନେଇ ବିଭିନ୍ନ ମଡେଲର ଆକଳନ

ବ୍ୟୁରୋ :କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା କ୍ରମଶଃ ଘନୀଭୂତ ହେଇ ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହୋଇ ୨୩ ତାରିଖରେ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୨୨ରୁ ଅଶାନ୍ତ ରହିବ ସମୁଦ୍ର । ୨୧ ସୁଦ୍ଧା ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ । କାରଣ ଓଡିଶାରେ ଅକ୍ଟୋବର ମାସରେ ବାତ୍ୟା ଆସିବାର ନଜିର ରହିଛି। ତେଣୁ ଏଥର ସୃଷ୍ଟି ଘୁର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ଗଭୀର ଅବପାତ ହେଇ ବାତ୍ୟା ରୂପ ନେଇ ପାରେ। କିନ୍ତୁ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କିଛି ଆକଳନ କରିନି।

Leave A Reply

Your email address will not be published.