thelifelinemedia
Latest Odisha News, Breaking News Today

ବିଜେପି ଇସ୍ତାହାର ଭଲ ଥିଲା: ବିଜେଡି ଇସ୍ତାହାର ଗ୍ରହଣୀୟତା ହେଲାନି, ତେଣୁ ଦଳ ହାରିଲା ବୋଲି ଏମିତି କହିଲେ ବିଜେଡି ନେତା

ଭୁବନେଶ୍ୱର: ବିଜେଡି ହରିବାର ମୂଳ କାରଣ ଇସ୍ତାହାର। ବିଜେଡି ଠାରୁ ବିଜେପିର ଭଲ ଇସ୍ତାହାର ଥିଲା। ବିଜେଡି ପରାଜୟର ଚାରି କାରଣ କହିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପଦ୍ମନାଭ ବେହେରା। ପ୍ରାର୍ଥୀ, ଦଳ ଓ ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି। ଆମ ଇସ୍ତାହାର ଠାରୁ ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା ବୋଲି କହିଛନ୍ତି ପଦ୍ମନାଭ। ସୁଭଦ୍ରା,ଧାନ ଏମଏସପି ୩୧୦୦, ମାଗଣା ବିଜୁଳି ଭଳି ବଡ଼ ବଡ଼ କଥା କହିଲେ। ଆମେ ଆମ ଇସ୍ତାହାର ପାଇଁ ଅନେକ ପ୍ରସ୍ତାବ ଦେଇଥିଲୁ ସେଥିରୁ କିଛି ଗ୍ରହଣ ହେଲା କିଛି ଗ୍ରହଣ ହେଲାନି। ନବୀନ ବାବୁ ନିର୍ବାଚନୀ ପ୍ରଚାରକୁ ଯାଇଥିଲେ। କିନ୍ତୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା। ପରାଜୟ ପରେ ଆମେ ସବୁ ବିଷୟରେ ଦଳ ପତିଙ୍କୁ ଜଣାଇଛୁ। ସେ ଏହାକୁ ନେଇ ସମୀକ୍ଷା କରୁଛନ୍ତି। ଠିକ ସମୟରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବରିଷ୍ଠ ବିଜେଡ଼ି ନେତା ପଦ୍ମନାଭ ବେହେରା କହିଛନ୍ତି।

ସେହିପରି ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ ତେବେ ରେଜଲ୍ଟ ଭଲ ହୋଇଥାନ୍ତା ଆମ ସରକାର ଆସିଥାନ୍ତା ବୋଲି କହିଛନ୍ତି ବିଜେଡିର ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ। କହିଛନ୍ତି ଭି.କେ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ରହିଛି । ନବୀନ ପଟ୍ଟନାୟକ ହାତ ହଲେଇ ଦେଲେ ଭୋଟ । ତେଣୁ ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ ଯିଏ ପ୍ରଚାର କଲେ କେମିତି ହେବ ବୋଲି କହି ତେରେଛା ବାଣ ମାରିଲେ ବିଜେଡିର ବରିଷ୍ଠ ନେତା ନୃସିଂହ ସାହୁ। ପ୍ରତିକ୍ରିୟା ରଖି ନୃସିଂହ କହିଛନ୍ତି ବିଭିନ୍ନ ସ୍ଥାନରେ ଟିକେଟ କୁ ନେଇ ଅସନ୍ତୋଷ ଥିଲା । ରାଜ୍ୟ ସ୍ତରୀୟ ଫ୍ୟାକ୍ଟର ତାହା ନ ହେଲେ ବି କିଛି ସିଟ ଟିକେଟ ଅସନ୍ତୋଷ ପାଇଁ ଆମ ହାତରୁ ଚାଲି ଯାଇଛି । ଏଇଭଳି ବିଭିନ୍ନ କାରଣ ପାଇଁ ବିଜେଡି ତାର ନିର୍ବାଚନୀ ପ୍ରଦର୍ଶନ ବହୁତ ଖରାପ କରିଛି । ଆଉ ଲୋକ ପରିବର୍ତ୍ତନ ଚାହୁଁଥିଲେ ତାର ପ୍ରତିଫଳନ ହୋଇଛି ଏଇ ନିର୍ବାଚନରେ ବୋଲି କହିଛନ୍ତି ବରିଷ୍ଠ ନେତା ନୃସିଂହ ସାହୁ।

Leave A Reply

Your email address will not be published.