ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ: ଦୁଇ ଦିନ ଭିତରେ ଆସିବ ଗାଇଡ଼ଲାଇନ

ଭୁବନେଶ୍ୱର: ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ। ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ। ଦୁଇ ଦିନ ଭିତରେ ଗାଇଡ଼ ଲାଇନ ଆଣୁଛନ୍ତି ସରକାର ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପଲ୍ଲୀସଭାକୁ ଦିଆଯିବ ଗୁରୁତ୍ୱ ଦିଆଯିବ। ପଂଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା। ଲୋକଙ୍କ ସେବା କରିବା ପାଇଁ ସେମାନଙ୍କ ହାତ ମୁଠାକୁ ଟାଣ କରାଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଂଚାୟତର ବିକାଶ ହେବ।ଅନୁସୂଚିତ ଜନଜାତି ଅଂଚଳରେ ପେଶା ଆଇନ ଲାଗୁ ହେବ ଅନ୍ୟ ସବୁ ଅଂଚଳରେ ଗ୍ରାମ ସଭା ଏବଂ ପଲ୍ଲୀ ସଭାକୁ ଗୁରୁତ୍ୱ ଦିଆଯିବ।ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ।ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡ଼ ଲାଇନ ଆସୁଛି। ବିଜେପି ସରକାର ଲୋକଙ୍କ ସରକାର। ଲୋକଙ୍କ ସୁବିଧା ପାଇଁ ବିଜେପି ସବୁ ପ୍ରକାର ବ୍ୟବସ୍ଥା କରୁଛି। ଆମ ଓଡିଶା ନବୀନ ଓଡ଼ିଶାରେ ପଂଚାୟତ ପ୍ରତିନିଧି ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇ ଥିଲେ କୋଭିଡ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଲେ ପରେ କ୍ଷମାତ ହଟାଇ ଦେଲେ। କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ। ପଂଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।