thelifelinemedia
Latest Odisha News, Breaking News Today

ରୁଷକୁ ସୈନ୍ୟ ପଠାଇଲା ଉତ୍ତର କୋରିଆ: ଚିହିଁକି ଉଠିଲା ଦକ୍ଷିଣ କୋରିଆ, ଡାକିଲା ସୁରକ୍ଷା ସମ୍ପର୍କିତ ବୈଠକ 

ବ୍ୟୁରୋ: ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ସାମରିକ ସମର୍ଥନ କରିଛି ଉତ୍ତର କୋରିଆ। ରୁଷକୁ ସୈନ୍ୟ ପଠାଇ ଉତ୍ତର କୋରିଆ ନିଜର ସମର୍ଥନ ଜଣାଇଛି। ଉପଗ୍ରହ ଚିତ୍ରରୁ ଉତ୍ତର କୋରିଆ ସୈନ୍ୟ ରୁଷକୁ ଯାଉଥିବା ଫୋଟୋ ଆସିବା ପରେ ରୁଷ ୟୁକ୍ରେନ ଯୁଦ୍ଧର ତୀବ୍ରତା ବଢିଥିବା କୁହାଯାଉଛି। ନିଜେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଏହି ଖବର ସ୍ୱୀକାର କରୁଛନ୍ତି। ପ୍ରାଥମିକ ଭାବେ ରୁଷର ପ୍ରାଇମ ଲୋକେସନରେ ଏହି ସୈନ୍ୟ ମୁତୟନ ହେବେ। ଅନ୍ୟପଟେ ଉତ୍ତର କୋରିଆର ଏଭଳି ଆଭିମୁଖ୍ୟକୁ ନେଇ ଦକ୍ଷିଣ କୋରିଆ ଚିହିଁକି ଉଠିଛି। ତୁରନ୍ତ ସୁରକ୍ଷା ସମ୍ପର୍କିତ ବୈଠକ ଡାକିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି। ରୁଷକୁ ଉତ୍ତର କୋରିଆର ସମର୍ଥନ ପରେ ଦକ୍ଷିଣ କୋରିଆ ପ୍ରତି ବିପଦ ବଢ଼ି ଯାଇଛି ବୋଲି କୁହାଯାଉଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଲଗାତାର ୨୩ ମାସ ଧରି ଯୁଦ୍ଧ ଚାଲିଛି।ଏଥିରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଛନ୍ତି। ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପ୍ରାୟ ବହୁତ ଦେଶ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ କେହି ସଫଳ ହେଇ ପାରିନଥିଲେ। ଯୁଦ୍ଧ ଜାରିହେତୁ ଉଭୟ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି।

Leave A Reply

Your email address will not be published.