thelifelinemedia
Latest Odisha News, Breaking News Today

ଖୁବ ଶୀଘ୍ର ଘୋଷଣା ହେବ ରାଜ୍ୟ କଂଗ୍ରେସର ମଙ୍ଗୁଆଳଙ୍କ ନାଁ : ହାଇକମାଣ୍ଡଙ୍କ ନିଷ୍ପତ୍ତି ହେବ ସର୍ବମାନ୍ୟ 

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର କିଏ ହେବେ ନୂଆ ସଭାପତି ? କିଏ ରାଜ୍ୟ କଂଗ୍ରେସର କମାଣ ସମ୍ଭାଳିବେ? ତାକୁ ନେଇ ଚର୍ଚ୍ଚା ଆଲୋଚନା ଭିତରେ କଂଗ୍ରେସ ଶିବିରରୁ ଆସିଛି ବଡ ଖବର।ପିସିସି ସଭାପତି ଚୟନ ନେଇ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କହିଛନ୍ତି ପିସିସି ସଭାପତି ଚୟନ ନେଇ ଲୋକଙ୍କ ମନରେ ଯେଉଁ ଆଶଙ୍କା ଥିଲା, ଏହାର ଅବସାନ ଘଟିବାକୁ ଯାଉଛି। ଖୁବ ଶୀଘ୍ର ନୂତନ ପିସିସି ସଭାପତି ଚୟନ ହେବାକୁ ଯାଉଛନ୍ତି। ଖୁବଶ୍ରୀଘ ଛତିଶଗଡର ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଏବଂ କେନ୍ଦ୍ରୀୟ ବରିଷ୍ଠ ନେତା ମିନାକ୍ଷୀ ନଟରାଜନ ଓଡିଶା ଆସିବେ। ସମସ୍ତଙ୍କ ସହ ଆଲୋଚନ କରିବେ। କଂଗ୍ରେସ ଦଳରେ ଅନେକ ଦକ୍ଷ ଏବଂ ଅଭିଜ୍ଞ ସମ୍ପର୍ଣ୍ଣ ନେତା ରହିଛନ୍ତି।ହାଇକମଣ୍ଡ ଯାହାକୁ ପିସିସି ସଭାପତି କରିବେ ଆମେ ସେ ନିଷ୍ପତିକୁ ଗ୍ରହଣ କରିବୁ। ସମସ୍ତଙ୍କ ସହଯୋଗରେ ଆମେ ଆଗକୁ ବଢ଼ିବୁ। 2029 ସରକାର ଆମେ କରିବୁ। କଂଗ୍ରେସ ହିଁ କ୍ଷମତାକୁ ଫେରିବ ବୋଲି ଲୋକେ କହିଲେଣି। ଜାତୀୟ ହେଉ କି ରାଜ୍ୟ ରାଜନୀତି ଉଭୟ କ୍ଷେତ୍ରରେ ଅଭିଜ୍ଞ ଏବଂ ଯୁବ ନେତାଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ଦଳ ଯୁବ ନେତାଙ୍କୁ ବାଦ ପକେଇବା ମାନସିକତାରେ ବିଶ୍ୱାସ କରେନାହିଁ। ନହେଲେ ମୁଁ ପ୍ରଥମ ଥର ବିଧାୟକ ହେଲି। ମୋତେ ଫୁଣି କେମିତି ବିଧାୟକ ଦଳ ଉପନେତା ଦାଇତ୍ୱ ଦିଆଯାଇଛି।ତେଣୁ ଆଗକୁ କଂଗ୍ରେସ ଦଳ ବହୁତ ଭଲ ପଦର୍ଶନ କରିବାକୁ ଯାଉଛି ବୋଲି ବିଧାୟକ ଦଳ ନେତା ଅଶୋକ ଦାସ କହିଛନ୍ତି।

Leave A Reply

Your email address will not be published.