ପୁରୀରେ ହବିଷ୍ୟାଳିଙ୍କ ପାଇଁ ବ୍ୟାପକ ସୁବିଧା: ଶୃଙ୍ଖଳିତ ଜଗା ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱ

ପୁରୀ: କାର୍ତ୍ତିକ ମାସ ଲାଗି ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର l ମହା କାର୍ତ୍ତିକ ବ୍ରତ କରିବା ଲାଗି ଆଜି ଠାରୁ ବିଭିନ୍ନ ସ୍ଥାନ ରୁ ହବିଷ୍ୟାଳି ମାନେ ଆସି ପହଞ୍ଚିଛନ୍ତି ପୁରୀରେ। ପୁରୀରେ ପହଞ୍ଚି ବ୍ରତ ଧାରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l ଆସନ୍ତାକାଲି ଠାରୁ ପୁରୀରେ ୨୫୦୦ ବ୍ରତଧାରୀଙ୍କ ଲାଗି ୪ଟି ସ୍ଥାନରେ ରହି ହବିଷ୍ୟାଳି ମାନେ କାର୍ତ୍ତିକ ବ୍ରତ ପାଳନ କରିବାକୁ ଥିବାରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି i ସେପଟେ ଅନେକ ହବିଷ୍ୟାଳି ଙ୍କ ପଞ୍ଜିକରଣ ବାତିଲ ହେବା ଯୋଗୁ ନିରାଶ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।ପୁରୀରେ ହବିଷ୍ୟାଳିଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପଞ୍ଜିକୃତ କରିଥିବା ୨୫୦୦ ହବିଷ୍ୟାଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ। ହବିଷ୍ୟାଳିଙ୍କ ପାଇଁ ଖାଇବା, ରହିବା ଏବଂ ଜଗା ଦର୍ଶନ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସରକାର। ଗହଳିକୁ ଦୃଷ୍ଟିରେ ରଖି ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ସିଂହ ଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଭକ୍ତ ମନ୍ଦିରରେ ପ୍ରବେଶ କରିବେ। ସେହିପରି ସିଂହ ଦ୍ୱାର ଛାଡି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆଗକୁ ହବିଷ୍ୟାଳିଙ୍କ ପାଇଁ ଆହୁରି ଶୃଙ୍ଖଳିତ କରାଯିବ ବ୍ୟବସ୍ଥା କରାଯିବ। ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ। ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯିବ। ରହଣୀରେ ଅସୁବିଧା ହେଲେ ହେଲ୍ପ ଲାଇନରେ ଜଣାଇ ପାରିବେ। ଯାହାଦ୍ବାରା ଜିଲ୍ଲା ପ୍ରଶାସନ ସହଯୋଗ କରି ପାରିବ। ପଞ୍ଜୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ଥିଲା। ପଞ୍ଜୀକରଣ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଯେଉଁ ମାନେ ଏଥର ପଞ୍ଜୀକରଣ କରିନାହାନ୍ତି, ଆଗାମୀ ବର୍ଷ ସେମାନେ ପଞ୍ଜୀକରଣ କରି ଆସିବାକୁ କହିଛନ୍ତି ଆଇନ ମନ୍ତ୍ରୀ। ହବିଷ୍ୟାଳିଙ୍କ ରହଣୀଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।