ସାତୋକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ: ଭିତ୍ତିଭୂମି ସୁଦୃଢ କରୁଛି ବନ ବିଭାଗ

ବ୍ୟୁରୋ:ସାତୋକୋଶିଆକୁ ଖୁବ ଶୀଘ୍ର ଆସିବେ ୧୨ରୁ ୧୬ମହାବଳ ବାଘ। ପାଞ୍ଚ ବର୍ଷରେ ପର୍ଯ୍ୟାୟ କ୍ରମେ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ। ବନ ବିଭଗ ଏଥି ପାଇଁ ଭିତିଭୂମି ସୁଦୃଢ କରିଛି ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି। କହିଛନ୍ତି, ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୁଲ ବୁଝାମଣ ଥିଲା। ବର୍ତ୍ତମାନ ଜନପ୍ରତିନିଧି ସ୍ଥାନୀୟ ଲୋକଙ୍କ ସହଯୋଗ, ସହମତି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଘୁମଶୁରରେ ଦେଖା ଦେଇଥିବା ମହାରାଷ୍ଟ୍ରର ମହାବଳ।ତାକୁ ସୁରକ୍ଷାଦେବା ପାଇଁ ବନବିଭଗ ସଜାଗ ରହିଛି। ବାଘ ଲୋକଙ୍କୁ ଆକ୍ରମଣ କରେ ନାହିଁ, ହଜାର ହଜାର କିମି ଗତିକରିଥିଲେ ଵି ମହବଳ ସେଭଳି କିଛି କରିନାହିଁ। ସ୍ୱତନ୍ତ୍ର ଟିମ ଯାଇଛି ତାର ଗତିବିଧି ଉପରେ ନଜର ରଖିବା ପାଇଁ। ଯଦି ମହାବଳ ଜନବସତି ମୁହାଁ ହୁଏ କି କିଛି କ୍ଷତି ଘଟାଏ ପ୍ଲାନ ବି ରେଡି ଅଛି ବୋଲି ପିସିସିଏଫ କହିଛନ୍ତି।