ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ ବୟାନ। କହିଲେ ମୁଁ ବିଜେଡି ଲୋକ। ମୋ ଜନ୍ମ ଜାତକରେ ମୋ ନା ପଢିବେ। ଦୁର୍ଭାଗ୍ୟ ଏହି କି ଯେ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ। ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି। ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି।କିନ୍ତୁ ଭଲ ମନ୍ଦ କିଏ ବୁଝୁଛି। ମୋତେ ଦୁଃଖ ଲାଗୁଛି ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ। ସେ ପା କହିଥିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି। କାହିଁ କହୁଥିଲେ, ସେ ଭୁଲ ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ। ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା।ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି ପାଣ୍ଡିଆନଙ୍କୁ କାହିଁ କହୁଛନ୍ତି। ଏବେ ନୂଆ ମୁଖ୍ୟମନ୍ତ୍ରୀ ଏତେ କାମ କରୁଛନ୍ତି।ଧର୍ମେନ୍ଦ୍ରଙ୍କ ଭଳି ଲୋକ ମିଳିବେ।ରାଜନୀତି କରିବା ପାଈଁ ବହୁତ ଭଲ ଭଲ ଲୋକ ଅଛନ୍ତି। ପାଣ୍ଡିଆନ ପଛରେ ଧାଇଁଲେ କଣ ହେବ। ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କଣ ହେବ। ମୁଁ ପାଣ୍ଡିଆନ ପାଈଁ ବିଜେଡି ଛାଡ଼ିଲି ବୋଲି ରୋକଠୋକ ଶୁଣାଇଛନ୍ତି ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ।