thelifelinemedia
Latest Odisha News, Breaking News Today

ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ରୋଡ଼ ସୋ 

ବ୍ୟୁରୋ: ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ’। ଆସନ୍ତା ୧୮ଓ ୧୯ ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ବରିଷ୍ଠ ଅଧିକାରୀ।ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ୧୮ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ କେମ. କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା । ଓଡ଼ିଶାର ପାରାଦ୍ୱୀପ, ଗୋପାଳପୁର ଓ ଧାମରାରେ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି। ୧୯ତାରିଖରେ ୩୦୦ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ଓଡିଶା ସରକାର ବିଭିନ୍ନ ସେକ୍ଟରର ନିବେଶକ ହେବେ ସାମିଲ ।

ଅନ୍ୟପଟେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ। ଉକ୍ତ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ ଲାଗି ନିର୍ଦ୍ଦେଶ ରହିଛି। ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି। ପୂର୍ବ ସରକାର ଲୋକଦେଖାଣିଆ ଭାବେ ଷ୍ଟିଲ ପ୍ଲାଣ୍ଟ ଘୋଷଣା କରିଥିଲେ। ଲୋକଙ୍କ ସରକାର କଥାରେ ନୁହେଁ କାର୍ଯ୍ୟରେ କରି ଦେଖାଇବ। ନିଶ୍ଚୟ ଭାବେ କେନ୍ଦୁଝରରେ ମୋହନ ସରକାର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଓଡିଶା ଆଗାମୀ ଦିନରେ ଶିଳ୍ପରେ ହବ ହେବାକୁ ଯାଉଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.