thelifelinemedia
Latest Odisha News, Breaking News Today

କେଉଁ ଦିନ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ ? ଜାଣନ୍ତୁ ଏହି ସବୁ କଥା

ଭୁବନେଶ୍ୱର:କେଉଁଦିନଠୁ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ। ୧୭ ନା ୧୮ ତାରିଖ। ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଭିନ୍ନ ଭିନ୍ନ ତାରଖକୁ ନେଇ ଦ୍ବନ୍ଦ୍ବ। କାରଣ କ୍ୟାଲେଣ୍ଡର ଓ ପଞ୍ଜିକାରେ ଏଥର ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଗୋଟିଏ ଦିନ ଅର୍ଥାତ୍ ୧୬ ତାରିଖରେ ପଡୁଥିବା ଉଲ୍ଲେଖ ରହିଛି। ଏଥିସହ ଏହା ପରଦିନ ପୂର୍ଣ୍ଣିମା ଏବଂ ତା ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭର ଉଲ୍ଲେଖ ରହୁଛି।

ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନଠୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ। ଏଥିସହ କ୍ୟାଲେଣ୍ଡରରେ ଯେଉଁଦିନ କୁମାର ପୂର୍ଣ୍ଣିମା ତାରିଖ ଉଲ୍ଲେଖ କରାଯାଇଛି ସେ ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ତାରିଖ ଭିନ୍ନ ରହୁଥିବାରୁ ତାକୁ ନେଇ ଦ୍ବନ୍ଦ୍ବ ରହୁଛି। ହବିଷ୍ୟାଳି କେଉଁ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବା କାର୍ତ୍ତିକ ଗୁଆ ଟିକେ ବ୍ରାହ୍ମଣଙ୍କୁ ଛଞ୍ଚା ଦେବେ ସମସ୍ୟାରେ ପଡ଼ିଛନ୍ତି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ୍ ଙ୍କ କହିବା କଥା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ।

Leave A Reply

Your email address will not be published.